ଅନ୍ୟାନ୍ୟ

ଏଏଲଏସ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପବାଚସ୍ପତି

By Biswaranjan Pattnaik

December 05, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ସନ୍ଧ୍ୟାରେ ଏକ ଏଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି।ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ପତାକା ଦେଖାଇ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ। ଏହି ସମାରୋହରେ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନ,ଏଡିଏମଓ ଡା ବିଶ୍ବବିହାରି ମହାନ୍ତି,ହସ୍ପିଟାଲ ମ୍ୟାନେଜର ଦେବାଶିଷ ଦାସଙ୍କ ସମେତ ଜିଲ୍ଳା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଓ ବହୁ ବିଜେଡି କର୍ମକର୍ତା ଯୋଗ ଦେଇଥିଲେ। ଏହି ଏଏଲଏସ ଆମ୍ବୁଲାନ୍ସରେ କାର୍ଡିଏକ ମନିଟରିଂ, ଆଇଭି,ଅକ୍ସୀଜେନ ମନିଟରିଂ ଆଦି ଉନ୍ନତମାନର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ରହିଛି। ଅନୁଗୁଳ ବିଧାୟକଙ୍କ ହାତ ପାଣ୍ଠିରୁ ଏହି ଆମ୍ବୁଲାନ୍ସ କିଣାଯାଇଛି।