ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସାଂସଦ ପାଣ୍ଠିରୁ ଉପଲବ୍ଧ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସୋମବାର ଉଦ୍ଘାଟିତ ହୋଇଛି। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବୁଲାନ୍ସକୁ ଜନତାଙ୍କ ସେବାରେ ଲୋକାର୍ପଣ କରିଥିଲେ । ଭାରପ୍ରାପ୍ତ ଏସଡିଏମ୍ଓ ଡା. ସୁନୀଲ କୁମାର ପଣ୍ଡା, ଉପଜିଲ୍ଲାପାଳ ଲଳିତ ମୋହନ ବେହେରା, ତହସିଲଦାର ସ୍ୱରୂପାନନ୍ଦ ସାହୁ, ସାଂସଦଙ୍କ ପ୍ରତିନିଧି ପରେଶ ଦେଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଡାକ୍ତରଖାନାର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ସାଂସଦ ନିଜ ହାତ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ପାଇଁ ୨୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ।