ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

By Angul TV Bureau

September 29, 2022

ଆଠମଲ୍ଲିକ : ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ବୁଧବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ, ସବ୍ ଜଜ ବିନୋଦ ବିହାରୀ ସାହୁ ଓ ଏସଡିଜେଏମ୍ ମାନସୀ ପ୍ରଧାନ ଯୋଗ ଦେଇଥିଲେ।

ଏ ଅବସରରେ ଓକିଲ ସଂଘର ବିଭିନ୍ନ ସମସ୍ୟା ଯଥା- ଲାଇବ୍ରେରୀ, କ୍ୟାଣ୍ଟିନ ବ୍ୟବସ୍ଥା, ସିଭିଲ କୋର୍ଟ ପରିସରକୁ ଦୈନନ୍ଦିନ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା, ତିନିଟିଯାକ କୋର୍ଟରେ ଓକିଲଙ୍କ ବସିବା ପାଇଁ ଭଲ ଚୌକି ବ୍ୟବସ୍ଥା ଓ ଆଠମଲ୍ଲିକ ଉପଖଣ୍ଡ ଥାନାରେ ଘଟୁଥିବା ପୋକ୍ସସୋ ମାମଲାର ରାୟ କ୍ଷମତା ଦୌରାଜଜଙ୍କୁ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଜଜ ସମସ୍ତ ପ୍ରସ୍ତାବ ଶୁଣିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶେଷରେ ଓକିଲସଂଘ କୋଷାଧ୍ୟକ୍ଷ ସମୀର କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।