ଘଟଣା ଓ ଦୁର୍ଘଟଣା

ବାଇକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

By Swagatika Samantray

April 12, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ୍ ବ୍ୟାଙ୍କ ନିକଟ ପେଟ୍ରୋଲ ପମ୍ପକୁ ସୋମବାର ମଧ୍ୟାହ୍ନରେ ଜଣେ ଯୁବକ ଏ ପଲସର ବାଇକ୍ (ଓଡି୧୯ ବି ୮୧୬୨) ରେ ପେଟ୍ରୋଲ୍ ଭର୍ତ୍ତି କରି ଆସିଥିବା ବେଳେ ଗାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା। ଯୁବକ ଜଣକ ଜଣେ ସାମରିକ ବାହିନୀ କର୍ମଚାରୀ ହୋଇଥିବା କାରଣରୁ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପେଟ୍ରୋଲ ପମ୍ପରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। କିନ୍ତୁ ଗାଡ଼ିର କିଛି ଅଂଶ ପୋଡି ଯାଇଥିଲା । ତେବେ । ନିଆଁ ଲାଗିବାର ସଠିକ କାରଣ ଜଣ ପଡ଼ି ନଥିବା ବେଳେ ସଟ୍‌ସର୍କିଟ୍ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି।