ଘଟଣା ଓ ଦୁର୍ଘଟଣା

ଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

By Angul TV Bureau

July 11, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତଳମୂଳ ଗାଁରୁ ରବିବାର ଦୁଇଟି ଚୋରା ଗାଡ଼ି ଜବତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ମନୋଜ ସାହୁଙ୍କ ଘରେ ଚଢଉ କରାଯାଇଥିଲା। ଏହି ସମୟରେ ଦୁଇଟି ନମ୍ଵର୍ ବିହୀନ ହୋଣ୍ଡା ସାଇନ୍ ଓ ସୁପର୍ ସ୍ପ୍ଲେଣ୍ଡର ଗାଡିକୁ ଜବତ କରି ଅଭିଯୁକ୍ତ ମନୋଜକୁ ଗିରଫ କରିଥିଲା ପୁଲିସ। ମନୋଜ ଗତ ୮ ଦିନ ହେବ କୋଲିୟରୀ ଥାନା ଓ ନାଲକୋ ଥାନା ଅଞ୍ଚଳରୁ ବାଇକ ଚୋରି କରି ଆଣି ନିଜ ଘରେ ଲୁଚାଇ ରଖିଥିଲା। ବଅଁରପାଳ ପୁଲିସ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।