ମୁଖ୍ୟ ଖବର

ଜିଲ୍ଲାର ସମସ୍ତ ବିଦ୍ୟୁତ୍ ଅଫିସ୍ ଘେରିବ ବିଜେପି

By Biswaranjan Pattnaik

July 16, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚ୍ୟୁଆଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ, ଲୋ ଭୋଲଟେଜ, ବିଦ୍ୟୁତ ଦର ବୃଦ୍ଧି ଆଦି ସମସ୍ୟାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଜିଲ୍ଲାର ସମସ୍ତ ୧୭ ଟି ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ୧୬ରେ ଚାଇଁପାଳ ଏବଂ ରେଙ୍ଗାଳି, ଜୁଲାଇ ୧୭ରେ ହାଟତୋଟା, କୋଶଳା, ପବିତ୍ରନଗର ଓ ବଇଁଣ୍ଡା, ଜୁଲାଇ ୧୯ରେ କଣିହାଁ, ବଲଣ୍ଡା, ପାଲଲହଡା, ଛେଣ୍ଡିପଦା ଓ ଆଠମଲ୍ଲିକ, ଜୁଲାଇ ୨୦ରେ ଖମାର ଓ ବନ୍ତଳା, ଜୁଲାଇ ୨୧ରେ ଜରପଡା, ଅନୁଗୁଳ, ବଅଁରପାଳ ଓ ବାମୁରଠାରେ ଥିବା ବିଦ୍ୟୁତ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ବରିଷ୍ଠ ନେତା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ଏବଂ ମଣ୍ଡଳ ପ୍ରଭାରୀ ମାନେ ଉପସ୍ଥିତ   ଥିଲେ l