ଅନ୍ୟାନ୍ୟ

ଆସନ୍ତା କାଲି ଠାରୁ ରକ୍ତଦାନ ଶିବିର ବନ୍ଦ

By Biswaranjan Pattnaik

August 25, 2022

ଅନୁଗୁଳ: ଆସନ୍ତା ଅଗଷ୍ଟ ୨୬ ତାରିଖରୁ ଓଡିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ସରକାରୀ ରକ୍ତ ଭଣ୍ଡାର କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇବେ। ଏଥିନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମଳୟ କୁମାର ବେହେରା। ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, କ୍ୟାମ୍ପ ଇନସେଣ୍ଟିଭ ଆଦି ଦାବିରେ କର୍ମଚାରୀମାନେ ଆନ୍ଦୋଳନକୁ ଓଲ୍ହାଇବେ। ଏହି ସମୟ ମଧ୍ୟରେ ଆଉଟ ଡୋର ରକ୍ତଦାନ କାର୍ଯ୍ୟକ୍ରମ ସେମାନେ ସହଯୋଗ କରିବେ ନାହିଁ।ବର୍ତମାନ ପରିସ୍ଥିତି ଯାହା କ୍ୟାମ୍ପ ନ ହେଲେ ଅବସ୍ଥା ଅଣାୟତ୍ତ ହୋଇପଡିବା।ତେଣୁ ସରକାର କର୍ମଚାରୀଙ୍କ ଦାବିକୁ ମାନି ନେବାକୁ ଦାବି ହେଉଚି ।