ଦେବଗଡ଼/ ଅନୁଗୁଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳ ଥାନା ଆଉଁଳି ଗାଁରେ ଏକ ଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି। କୁମ୍ଭାର ସାହିର ମହୁଲ ଗଛରେ ଏହି ଦୁଇ ଜଣଙ୍କ ଝୁଲନ୍ତା ଶବକୁ ଗତକାଲି ରାତି ୧ ଟାରୁ ଗାଁ ଲୋକେ ଦେଖିଥିଲେ। ମୃତ ଯୁବକ ଆଉଁଳି ଗାଁର ଗିରିଧାରୀ ବେହେରାଙ୍କ ପୁଅ ଆଲୋକ ବେହେରା(୨୨) ବୋଲି ଜଣା ପଡ଼ିଥିବା ବେଳେ ଯୁବତୀ ଅନୁଗୁଳ ଜିଲ୍ଲାର ବଡ଼ ଗୁଣ୍ଡୁରୀର ବୋଲି ଜଣାପଡ଼ିଛି। ପ୍ରେମ ସମ୍ପର୍କ ଯୋଗୁ ଉଭୟେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଖବରପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।