ମୁଖ୍ୟ ଖବର

ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

By Swagatika Samantray

July 07, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ୮ ବର୍ଷର ଛାତ୍ରୀ ଜୁନ ମାସ ୨୨ ତାରିଖରେ ନିଖୋଜ ହୋଇଥିଲେ। ଏ ନେଇ ଛାତ୍ରୀଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଦାୟିତ୍ବ ତୁଟାଇ ଦେଇଥିଲେ। ତେବେ ଦୀର୍ଘଦିନପରେ ଗୁରୁବାର ଅପରାହ୍ନରେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ପାଖ ନନ୍ଦୀରା ଯୋରରେ ଛାତ୍ରୀଙ୍କ ପଚାଷଢ଼ା ଶବକୁ ଜବତକରିଛି ପୁଲିସ। ଏ ନେଇ ଏକ ଅପମ୍ୟତ୍ୟୁ ମାମଲା ରୁଜୁକରାଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ।