ମୁଖ୍ୟ ଖବର

ଇନ୍ଦିରା ମାର୍କେଟରେ ନବଜାତ ଶିଶୁର ମୃତଦେହ

By Biswaranjan Pattnaik

July 09, 2021

ଅନୁଗୁଳ: ଶୁକ୍ରବାର ଭୋର ସମୟରେ ଅନୁଗୁଳ ନିଉ ଡେଲି ମାର୍କେଟ ନିକଟ ଇନ୍ଦିରା ରେଡିମେଡ ବଜାର ନିକଟରେ ଏକ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହି ସଦ୍ୟଜାତ ଶିଶୁକୁ କେହି ଅଖାରେ ପୂରାଇ ଇଟା ଘୋଡାଇ ଦେଇଥିଲା। ସଫେଇ କର୍ମଚାରୀ ଝାଡୁ ମାରିବାକୁ ଗଲା ବେଳେ ସେମାନଙ୍କ ଆଖିରେ ପଡ଼ିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କଣ୍ଟେନମେଣ୍ଟ ଏରିଆ ପାଖରେ ଥିବାରୁ ସେଠାରୁ ଏହି ମୃତଦେହ ବୁଲା କୁକୁର ଟାଣି ଆଣିଥିବା ସନ୍ଦେହ କରାଯାଉଛି। ତେବେ ଜଣେ ସଫେଇ କର୍ମଚାରୀ ଏହାକୁ ନେଇ ଅନ୍ୟତ୍ର ଫୋପାଡ଼ି ଦେଇଥିବା ଜଣାପଡିଛି।