ଘଟଣା ଓ ଦୁର୍ଘଟଣା

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By Biswaranjan Pattnaik

September 06, 2021

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଏକ ଆମ୍ବ ଗଛରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଆଠମଲ୍ଲିକ ଏନଏସି ୧୦ ନମ୍ବର ଓ୍ବାର୍ଡର କାଳିଆ ସାହୁଙ୍କ ପୁଅ ସତ୍ୟଜିତ ସାହୁ (୨୫) ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ସୋମବାର ସକାଳେ ତାଙ୍କ ଘର ବାଡି ଆମ୍ବ ଗଛରେ ବିଶ୍ୱଜିତଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଘର ଲୋକଙ୍କ କହିବା ଅନୁଯାୟୀ, ସତ୍ୟଜିତ ରବିବାର ରାତି ୧୦ଟା ବେଳକୁ ଘରକୁ ଆସି ମାର ଗୋଡ ମୋଡିଦେଇଥିଲେ। ପରେ ମୋବାଇଲ ଦେଖୁଥିଲେ। ପରେ କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ପରିବାର ଲୋକ ମଧ୍ୟ ଅବାକ୍।ଆତ୍ମହତ୍ୟା କଲେ କାହାରିକୁ ଜଣାନାହିଁ । ସତ୍ୟଜିତଙ୍କ ବାପା କାଳିଆ ସାହୁ ଆଠମଲ୍ଲିକ ଏନଏସିର ଜଣେ କର୍ମଚାରୀ । ପୁଲିସ୍ ଘଟଣାର ଅନୁସନ୍ଧାନ ଚଳାଇଛି।