ଘଟଣା ଓ ଦୁର୍ଘଟଣା

ରାସ୍ତା ପାର୍ଶ୍ବରୁ ଯୁବକଙ୍କ ମୃତଦେହ ଉଦ୍ଧାର

By Angul TV Bureau

February 10, 2021

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ବନ୍ତଳା ଥାନା କରତପଟା ଛକ ନିକଟ ରାସ୍ତା କଡ଼ରୁ ବୁଧବାର ସକାଳେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପାଖରେ ଏକ ମଟର ସାଇକେଲ ଦୁର୍ଘଟନା ଗ୍ରସ୍ତ ହୋଇ ପଡ଼ିରହିଛି। ମୃତ ଯୁବକ ବନ୍ତଳା ବଜାର ଅଞ୍ଚଳର ବୋଲି କୁହାଯାଉଛି। ସ୍ଥାନୀୟ ଅଂଚଳରେ ହାତୀ ଚଳପ୍ରଚଳ କରିଥାଆନ୍ତି। ହାତୀ ଦେଖି ହଡବଡେଇ ଯିବାରୁ ବାଇକ୍ ଚାଳକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ବନ୍ତଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି।