ମୁଖ୍ୟ ଖବର

ଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

By Sanjeeb Biswal

April 17, 2021

ଅନୁଗୁଳ: ସ୍ଥଗିତ ହୋଇଛି ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌( ଜରପଡ଼ା)ରେ ଉପନିର୍ବାଚନ । କରୋନାର ଭୟବହତା ସାଙ୍ଗକୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ସହ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ୪ଟି ୱାର୍ଡମେମ୍ବର ଉପନିର୍ବାଚନ ମଧ୍ୟ ସ୍ଥଗିତ ହୋଇଛି। କରୋନାର ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତ ନିର୍ବାଚନୀ ବୈଠକ, ଶୋଭାଯାତ୍ରା ଉପରେ ସରକାର ଅଙ୍କୁଶ ଲଗାଇଛନ୍ତି। କରୋନାର ଏହି କଡା କଟକଣା ପରେ ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାଡମେମ୍ବର ଉପନିର୍ବାଚନକୁ ସ୍ଥଗିତ କରିଛନ୍ତି। ପ୍ରକାଶ ଯେ, ଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଥିଲା। ହାତରେ ଆଉ ୨ ସପ୍ତାହରୁ କମ୍ ସମୟ ଥିବାରୁ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ। ବିଜେଡି ପକ୍ଷରୁ ନାରାୟଣ ସାହୁ, କଂଗ୍ରେସ ତରଫରୁ ଅଭିରାମ ସାହୁ ଓ ବିଜେପି ପକ୍ଷରୁ ଅଜିତ୍ କୁମାର ପ୍ରଧାନ ଉପନିର୍ବାଚନ ଲଢ଼ୁଥିଲେ। ତେବେ ନିର୍ବାଚନ ସ୍ଥଗିତ ରଖାଯିବାକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।