ମୁଖ୍ୟ ଖବର

ତିନି ଅନୁଗୁଳିଆଙ୍କୁ ମିଳିବ ରାଜଧାନୀ ପୁସ୍ତକ ମେଳା ପୁରସ୍କାର

By Biswaranjan Pattnaik

June 15, 2023

ଅନୁଗୁଳ: ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ୨୦୨୦,୨୦୨୧ ଓ ୨୦୨୨ ମସିହା ପାଇଁ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ମସିହା ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ,ସୁ ବକ୍ତା ତଥା ଆଦର୍ଶ ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ଫେରି ଆ ମୋ ସୁନା ଚଢ଼େଇ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। କିଶୋରନଗର ଅଞ୍ଚଳରେ ଅବସ୍ଥାନ କରୁଥିବା ଶ୍ରୀ ପୃଷ୍ଟି ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ପ୍ରଭାରୀ ଭାବେ କାର୍ଯ୍ୟରତ ଏବଂ ଅନେକ ଅନୁଷ୍ଠାନ ପକ୍ଷରୁ ସେ ପୂର୍ବରୁ ସମ୍ବର୍ଧିତ ମଧ୍ୟ ହୋଇଛନ୍ତି।ଅନ୍ୟତମ ପୁରସ୍କୃତ ପ୍ରତିଭା ହେଲେ ଅନୁଗୁଳର ଜ୍ବାଇଁ ତଥା ନାଲକୋ ମାନବ ସମ୍ବଳ ବିଭାଗର ପୂର୍ବତନ ପ୍ରବନ୍ଧକ ଡ଼ା ଅଭିଳାଷ ଜେନା।ତାଙ୍କର ପ୍ରବନ୍ଧ ପୁସ୍ତକ ଦିବ୍ୟ ସ୍ପନ୍ଦନ ପାଇଁ ତାଙ୍କୁ ପୁରସ୍କୃତ କରାଯିବ। ସ୍ବପ୍ନ ମୃତ୍ୟୁ ଓ ପ୍ରଳୟ ତଥା ସୃଷ୍ଟିର ଯୁଗ ଯୁଗାନ୍ତର ଓ ଅନ୍ତ ନେଇ ରହିଥିବା ଲୋକ ବିଶ୍ୱାସ ଉପରେ ଆଧାରିତ ଏହି ପୁସ୍ତକ।

ତୃତୀୟ ପ୍ରତିଭା ଜଣକ ହେଲେ ଅୟସ୍କାନ୍ତ ତାଳଚେର ଅଞ୍ଚଳର ଏହି ବର୍ଷୀୟାନ କବି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା ଲେଖି ବେଶ ଲୋକପ୍ରିୟ ହୋଇପାରିଛନ୍ତି ପୂର୍ବରୁ ସହିଦ ସ୍ମାରକୀ ସମ୍ମାନ ଠାରୁ ପ୍ରଜାତନ୍ତ୍ର ବିଷୁବ ସମାରୋହରେ ଯୁବ କବି ସମ୍ମାନ ଏବଂ ରାଜ୍ୟ ବାହାରୁ ମଧ୍ୟ ତାଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଅନୁବାଦ ପୁସ୍ତକ ଅଭିକ୍ଷେପ ପାଇଁ ତାଙ୍କୁ ମିଳିବ ମର୍ଯ୍ୟାଦାଜନକ ରାଜଧାନୀ ପୁସ୍ତକ ମେଳା ସମ୍ମାନ। ଅଭିକ୍ଷେପ ହେଉଛି ଛ ଗୋଟି ନାନୋ ଉପନ୍ୟାସର ସମାହାର । ଏଟିଭି ପକ୍ଷରୁ ତିନି ବିଜେତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।