ମୁଖ୍ୟ ଖବର

କ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ

By Angul TV Bureau

July 23, 2023

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ ରାଜଧାନୀରେ ମହାସମାବେଶକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ କନ୍ଭେନ୍ସନ୍ ସ୍ଥାନୀୟ ଶିକ୍ଷକପଡାଠାରେ ଅନୁଷ୍ଠିତ ହୋଇଛି। ଶ୍ରମିକ ନେତା ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇ.ଏନ୍.ଟି.ୟୁ.ସି.ର ଜିଲ୍ଲା ସଭାପତି ଦିଗମ୍ବର ଗଡନାୟକ, ବିମ୍ବାଧର ସାମଲ, ହୃଦାନନ୍ଦ ରାଉତ, ସୌମେନ୍ଦ୍ର ଦେହୁରୀ, ଏଚ୍.ଏମ୍.ଏସ୍.ର ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ପବିତ୍ର କୁମାର ବିଶ୍ଵାଳ, ସଂସାର ପ୍ରଧାନ, ଭୀମସେନ ସାହୁ, ଅର୍ଜୁନ ସାହୁ, ଉଦୟନାଥ ନାଏକ, ସି.ଆଇ.ଟି.ୟୁ.ର ରାଜ୍ୟ ଉପସଭାପତି ଓ ଜିଲ୍ଲା ସାଧାରଣ ସମ୍ପାଦକ ଡା. ଉପେନ୍ଦ୍ର ଶର୍ମା, ବସନ୍ତ ପଟ୍ଟନାୟକ, ସୀତାରାମ ପ୍ରଧାନ, ରଞ୍ଜନ କୁମାର ନନ୍ଦ, ବିଶ୍ଵନାଥ ସାହୁ, ଏ.ଆଇ.ୟୁ.ଟି.ୟୁ.ସି.ର ଜିଲ୍ଲା ସଭାପତି ପ୍ରହ୍ଲାଦ ସାହୁ, ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ସାହୁ, ନୟନା ସାହୁ, ମୋହନଚରଣ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏ ଅବସରରେ ଅତିଥିମାନେ କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବରେ ୨୦୧୪ ମସିହାରୁ ବିଜେପି ସରକାର ୯ ବର୍ଷ ଶାସନରେ ଦେଶର ସାଧାରଣ ଜନସାଧାରଣ ଶ୍ରମିକ ଶ୍ରେଣୀ ଉପରେ ଶୋଷଣ, ଅତ୍ୟାଋର ବହୁଗୁଣିତ ହୋଇଛି ବୋଲି କହିଥିଲେ। ଏଥିସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରବୃଦ୍ଧି, ପେଟ୍ରୋଲ, ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି, ଛଟେଇ, ରେଳଯାତ୍ରୀର ନିରାପତ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଦୟନୀୟ ହେଉଛି କହିଥିଲେ।

ଏସବୁ ସମସ୍ୟାର ସମାଧାନ ପାଇଁ ଐକ୍ୟବଦ୍ଧ ଓ ଦୀର୍ଘସ୍ଥାୟୀ ମିଳିତ ଶ୍ରମିକ ଆନ୍ଦୋଳନ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଜିଲ୍ଲା ନେତୃବନ୍ଦ ଆଲୋଚନା କରିଥିଲେ । ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଅନୁଗୁଳ ଜିଲ୍ଲାରୁ ୧୦ ହଜାରରୁ ଅଧିକ ଶ୍ରମିକ ଯୋଗଦେବାକୁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି।