ଘଟଣା ଓ ଦୁର୍ଘଟଣା

ନିଆଁରେ ପୋଡି ହୋଇ ଶିଶୁ ଗୁରୁତର

By Biswaranjan Pattnaik

July 02, 2022

ଅନୁଗୁଳ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ହାଡଶଙ୍ଘର ଗାଁର ନବୀନା ପ୍ରଧାନଙ୍କ ଚାରି ବର୍ଷର ପୁଅ ବାପୁନ ପ୍ରଧାନ ନିଆଁ ରେ ପୋଡି ହୋଇ ଗୁରୁତର ହୋଇଛି। ସୂଚନା ଅନଯାୟୀ, ଶନିବାର ସକାଳେ ଚୁଲିରେ ରୋଷେଇ ବେଳେ ବାପୁନ ଗୋଟିଏ ପେଟ୍ରୋଲ ବୋତଲ ଆଣି କୌତୁହଳ ବଶତଃ ଚୁଲିରେ ଢାଳି ଦେଇଥିଲା। ଫଳରେ ଚୁଲିର ନିଆଁରେ ବାପୁନ ପୋଡି ହୋଇଯାଇଥିଲା । ତାକୁ ପରିବାର ଲୋକେ ଅନୁଗୁଳ ଡାକ୍ତରଖାନା ଆଣିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।