ଅନ୍ୟାନ୍ୟ

ସାମ୍ୱାଦିକ ଆକ୍ରମଣକୁ ନଗର କଂଗ୍ରେସ କମିଟିର ନିନ୍ଦା

By Angul TV Bureau

November 26, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ କାର୍ଯ୍ୟରତ ସାମ୍ୱାଦିକଙ୍କୁ ହୋବଇଥିବା ମରଣାତ୍ମକ ଆକ୍ରମଣକୁ ନଗର କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି। ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲାପାଳଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକ ବିକାଶ ସାହୁ ଓ ଜ୍ୟୋତି ରଞ୍ଜନ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷାକର୍ମୀଙ୍କୁ ତୁରନ୍ତ ଗିରଫ କରାନଗଲେ, ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୟଙ୍କର ହେବ ବୋଲି ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର ଚେତାବନି ଦେଇଛନ୍ତି। ଏ ପ୍ରତିନିଧି ମଣ୍ଡଳିରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଲବୀର ସିଂ, ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସଞ୍ଜୀବ କୁମାର ମାଣ୍ଡୋଠିଆ, ଶିବାନୀ ଶଙ୍କର ଗୌଡ଼, ରଶ୍ମିରଞ୍ଜନ ସାହୁ, ନିରଞ୍ଜନ କର, ନିଳାଞ୍ଚଳ ପ୍ରଧାନ, ପ୍ରଶାନ୍ତ ନାୟକ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।