ଘଟଣା ଓ ଦୁର୍ଘଟଣା

ଜଳିଗଲା କଣ୍ଟେନର୍

By Biswaranjan Pattnaik

April 25, 2021

ଅନୁଗୁଳ: ୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ା ଟାଉନ ଉପକଣ୍ଠ ଶିବମନ୍ଦିର ଛକରେ ଛିଡ଼ା ହୋଇଥିବା ଏକ ମାଲ୍ ବୋଝେଇ କଣ୍ଟେନର୍ (ଏଚ୍ଆର୬୧ଡି- ୦୩୫୩) ଶୁକ୍ରବାର ରାତି ପ୍ରାୟ ୭ଟାବେଳେ ଜଳିଯାଇଛି । ମୋବିଲ୍ ଓ ଗାଡ଼ିଯନ୍ତ୍ରାଂଶ ବୋଝେଇ ହୋଇଥିବା ଏହି କଣ୍ଟେନର୍ କୋଲକାତାରୁ ନାଗପୁର ଅଭିମୁଖେ ଯାଉଥିଲା। ଅଚାନକ ଗାଡ଼ିରୁ ଧୂଆଁ ବାହାରି ନିଆଁଧରିବାରୁ ଚାଳକ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ଓ ଥାନାଧିକାରୀ କିଶୋର ସାମଲ ସଦଳବଳ ପହଞ୍ଚି ନିଆଁ ଲିଭାଇଥିଲେ | ବୋଝେଇ ହୋଇଥିବା ଯନ୍ତ୍ରାଂଶ ଓ ମୋବିଲ୍‌ ପୋଡ଼ିଯାଇଥିବାବେଳେ ଗାଡ଼ିର ଇଂଜିନ୍, ଚାଳକ ଓ ଖଲାସୀ ସୁରକ୍ଷିତ ଥିବା ଜଣାପଡିଛି ।