ଅନ୍ୟାନ୍ୟ

ପ୍ରଶାସନର ହସ୍ତକ୍ଷେପ ପରେ ସଫା ହେଲା ଦଣ୍ଡା ପୋଲ, ଦୂର ହେଲା ବର୍ଷା ଜଳ ନିଷ୍କାସନ ସମସ୍ୟା

By Angul TV Bureau

July 23, 2022

ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ପଞ୍ଚାୟତର ଦଣ୍ଡା ପୋଲକୁ ଆଜି ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ପରିଷ୍କାର କରାଯାଇଛି। ଫଳରେ ଦୀର୍ଘ ଦିନ ଧରି ଜମା ହୋଇଥିବା ବର୍ଷା ପାଇଁ ନିଷ୍କାସିତ ହୋଇଛି। ଗାଁ ଲୋକଙ୍କ କହିବାନୁସାରେ, ଏହି ଦଣ୍ଡା ପୋଲ ଦେଇ ଗାଁର ସମସ୍ତ ବର୍ଷା ପାଣି ନିଷ୍କାସିତ ହୋଇଥାଏ। କିନ୍ତୁ କିଛି ଲୋକ ଏହାକୁ ମାଙ୍କଡା ପଥର ଦେଇ ବନ୍ଦ କରିଦେଇଥିଲେ। ଫଳରେ ବର୍ଷା ପାଣି ନିଷ୍କାସନ ହୋଇନପାରି ପୋଲ ଉପରେ ଯିବା ସହ ଲୋକଙ୍କ ଘରେ ପଶୁଥିଲା। ଏନେଇ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ ସମରେନ୍ଦ୍ର ଦେହୁରୀଙ୍କୁ ଅଭିଯୋଗ କରିଥିଲେ। ସରପଞ୍ଚଙ୍କ କହିବା ପରେ ବି ମାଙ୍କଡ଼ା ପଥର ନ ଉଠିବାରୁ ସେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନର ଆଶ୍ରୟ ନେଇଥିଲେ। ଫଳରେ ବଅଁରପାଳ ତହସିଲଦାର୍, ଆଡିସିନାଲ ତହସିଲଦାର୍, ଅନୁଗୁଳ ଥାନା ଆଇ.ଆଇ.ସି , କୁରୁଡ଼ୋଲ ଆର. ଆଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କର ଉପସ୍ଥିତରେ ଜେସିବି ସାହାଯ୍ୟରେ ମାଙ୍କଡ଼ା ପଥର ହଟାଇଥିଲେ। ଫଳରେ ଦୀର୍ଘ ଦିନ ଧରି ଜମା ହୋଇଥିବା ବର୍ଷା ପାଣି ନିଷ୍କାସିତ ହୋଇଛି।