ଅନୁଗୁଳ: ରାଜ୍ୟ ଗୃହ ବିଭାଗର ଚିଠି ସଂଖ୍ୟା ୨୩୫୮୨ ତା ୧୩.୭.୨୦୨୨ ଅନୁସାରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସବୁ ଲାଇନ୍ ଡିପାର୍ଟମେଣ୍ଟରେ ଡାଟାଏଣ୍ଟ୍ରି ଅପରେଟରଙ୍କ ଠିକା ନିଯୁକ୍ତି ବନ୍ଦ ହେବ । ମାର୍ଚ୍ଚ ୨୦୨୨ ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହାକୁ କାର୍ଯ୍ୟକାରୀ ପାଇଁ ଆଦେଶ ଦିଆଯାଇଛି । ଅନୁଗୁଳ ଜିଲ୍ଲାର ଶିକ୍ଷା,ସ୍ବାସ୍ଥ୍ୟ ବିଭାଗ ଠାରୁ ଅନ୍ୟ ବିଭାଗ ଗୁଡିକରେ ପ୍ରାୟ ଦୁଇ ଶତାଧିକ ଡାଟା ଏଣ୍ଟ୍ରି ଅପରେଟର ଠିକାରେ କାମ କରୁଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭାଗୀୟ କାର୍ଯ୍ୟ କିଭଳି ଜାରି ରହିବ ତାହା ଆଗାମୀ ସମୟ କହିବ ।