ଅନୁଗୁଳ: ଶନିବାର ଅନୁଗୁଳ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପରିସରରେ ଥିବା ଟ୍ରାନସଫର୍ମରରେ ତ୍ରୁଟି ହେତୁ ଲାଇନ୍ ଚାଲିଯାଇଥିଲା।ଟିପିସିଓଡିଏଲ ପକ୍ଷରୁ ନିଯୁକ୍ତ ଲାଇନ୍ ମ୍ୟାନଙ୍କୁ ଡକା ଯାଇଥିଲା ମରାମତି ପାଇଁ। ହେଲେ ଦାୟିତ୍ୱରେ ଥିବା ଠିକାଦାରଙ୍କ ହାମ୍ବଡ଼ା ନୀତି ଯୋଗୁଁ ଲାଇନ୍ ମ୍ୟାନ ଜଣକ ଚଢ଼ି କାମ କଲାବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା।
ତେବେ ଲାଇନମ୍ୟାନ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।ପରେ ସଟଡାଉନ୍ ନିଆ ଯାଇ କାମ କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯଦି ମେକାନିକର ଜୀବନ ଯାଇଥାନ୍ତା ତେବେ କମ୍ପାନୀ ନା ଠିକା ସଂସ୍ଥା କିଏ ଦାୟୀ ହୋଇଥାନ୍ତା। ବିନା ସୁରକ୍ଷା ଉପକରଣରେ ଲାଇନ ମ୍ୟାନକୁ ଖୁଣ୍ଟକୁ ଚଢ଼ାଇବା ସାଙ୍ଘାତିକ କାର୍ଯ୍ୟ ନୁହେଁ କି?ଟିପିସିଓଡିଏଲର ପଦସ୍ଥ ଅଧିକାରୀ ମାନେ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।