ପ୍ରତିଭା ଓ ବ୍ୟକ୍ତିତ୍ୱ

ଡ଼ଃ ହରିହର ଦାଶଙ୍କ ପରଲୋକ

By Biswaranjan Pattnaik

October 12, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ଡ଼ଃ. ହରିହର ଦାଶଙ୍କର ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ ପ୍ରାୟ ୧୫ ବର୍ଷ ହେବ ପକ୍ଷାଘାତ ରୋଗରେ ପିଡ଼ିତ ଥିଲେ। ସେ ଏକାଧାରରେ ଜଣେ ଇଞ୍ଜିନିୟର, ଓକିଲ, ଗୀତିକବି, ପାଲାଗାୟକ, ସୁସଙ୍ଗଠକ ଭାବରେ ପରିଚିତ ଥିଲେ। ସେ ପ୍ରାୟ ୨୫ଖଣ୍ଡ କାବ୍ୟ ରଚନା କରିଛନ୍ତି। ଓଡ଼ିଆ କିର୍ତ୍ତନର ବିଭିନ୍ନ ଦିଗ ଉପରେ ସଂଦର୍ଭ ରଚନା କରି ଡକ୍ଟରେଟ ଲାଭ କରିଥିଲେ ସ୍ବର୍ଗତ ଦାଶ। ଓଡିଶୀ ସଙ୍ଗିତର ସ୍ବର ଓ ରସ ଉପରେ ଗବେଷଣା କରି ଡି. ଲିଟ ଉପାଧି ହାସଲ କରିଥିଲେ। ଜଣେ ଅମାୟିକ, ମିଷ୍ଟଭାଷୀ, ପରୋପକାରୀ ଓ ସମାଜସେବୀ ଭାବରେ ସୁନାମ ଅର୍ଜନ କରିଥିଲେ। ତାଙ୍କରି ବିୟୋଗରେ ଅନୁଗୁଳରେ ଶୋକର ଛାୟା ଖେଳି ଯାଇଛି। ଅନୁଗୁଳ ପୂଜ୍ୟପୂଜା ସଂସଦର ସଭାପତି ଆଭୋକେଟ ଦିଲ୍ଲିପ ରଥ, ସାଧାରଣ ସଂପାଦକ ଗୋପାଳ ନାଥ, ଉପସଭାପତି ପ୍ରଦୀପ ପଣ୍ଡା, ସଂପାଦକ ଦୁଷ୍ମନ୍ତ ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।