ଅନ୍ୟାନ୍ୟ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

By Angul TV Bureau

July 11, 2021

ଅନୁଗୁଳ: ଅନୁଗୁଳ ଓ ବଅଁରପାଳ ବ୍ଳକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ନେଇ ଶନିବାର ସକାଳେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି। ଅନୁଗୁଳ ବ୍ଲକ୍ର ଖମାରଠାରୁ ବଉଳିଗଡ ରାସ୍ତା ୪ କୋଟି ୩୨ ଲକ୍ଷ ଟଙ୍କାରେ ନିର୍ମାଣ ଚାଲିଛି। ତୁଳସିପାଳ କଙ୍କିନାଳୀ ରାସ୍ତା ୩ କୋଟି ୫୧ ଲକ୍ଷ ଟଙ୍କାରେ ନିର୍ମାଣ ଚାଲିଛି। ବଅଁରପାଳ-ତଳବାହାଳ ରାସ୍ତା କାର୍ଯ୍ୟ ଶେଷ ହୋଇଛି। ଉରକୁଳା ବଲାସିଂହା ଓ ବଲାସିଂହା ବାଦିବାହଳ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନଥୁବାରୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ୫ ଟି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଉପରୋକ୍ତ ୨ଟି ବ୍ଳକ୍ ସମେତ ଅନ୍ୟ ବ୍ଳକର ଶତାଧିକ ପରିବାର ଯାତାୟାତ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଏସ୍. ବରାଳଙ୍କ ସମେତ ବିଭାଗୀୟ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।