ଅନ୍ୟାନ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି

By Biswaranjan Pattnaik

June 12, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବବର୍ଗଙ୍କ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଏଥିନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାକୁ ଅଧିକ ପରିମାଣର ଟିକା ଯୋଗାଇବା ସହ ସମସ୍ତ ଯୁବଗୋଷ୍ଠୀକୁ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ୧୮ରୁ୪୪ବର୍ଷ ବୟସର ଲୋକଙ୍କ ଟିକାକରଣ ଜରୁରୀ। ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାରେ ପାଖାପାଖି ୫ ଲକ୍ଷ ଲୋକ ଏହି ବର୍ଗରେ ଆସୁଛନ୍ତି। କିନ୍ତୁ ଏହି ବର୍ଗ ଲୋକଙ୍କ ପାଇଁ ପ୍ରାୟ ୫ ହଜାର ଟିକା ଆସିଥିଲା। ଆବଶ୍ୟକତା ଅନୁସାରେ ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ ବହୁ ଯୁବକ, ଯୁବତୀ ଟିକା ଅପେକ୍ଷାରେ ରହିଛନ୍ତି। ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ କରାଇବା ସହ ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ବ ଦେବାକୁ ଉପବାଚସ୍ପତି ଦାବି କରିଛନ୍ତି।