ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଇଲଡ ଲାଇନ୍ପକ୍ଷରୁ ଜଣେ ୧୭ ବର୍ଷୀୟା ନାବାଳିକାର ବିବାହ ହେବାକୁଥିବା ଖବର ପାଇଁ ତାଙ୍କ ଘରେ ପହଞ୍ଚି ବିବାହକୁ ବନ୍ଦ କରିଥିବା ଜଣାପିଛି। ପାଳଲହଡା ବ୍ଲକ ବାଲିପଶି ପଞ୍ଚାଯତ ହାତୀଗେଞ୍ଜ ଗ୍ରାମର ଏହି ନାବାଳିକା ଜଣକ ଆସନ୍ତା ୨୭ ତାରିଖରେ ବମ୍ଫପଇଡା ଗ୍ରାମର ସନ୍ତୋଷ ସାହୁଙ୍କୁ ବିବାହ କରିଥାନ୍ତେ। ବାହାଘର ବିଷୟରେ ଖବର ପାଇ ଚାଇଲିଡ ଲାଇନ୍ର କାଜଲ ପ୍ରଧାନ ଓ ଏକଲବ୍ୟ ମାଟିଆରୀ ଶନିବାର ନାବାଳିକାଙ୍କ ଗ୍ରାମରେ ପହଞ୍ଚିଥିଲେ। ଯିବାପୂର୍ବରୁ ସେମାନେ ଘଟଣା ବିଷୟରେ ସିଡିପିଓଙ୍କୁ ଅବଗତ କରିଥିଲେ। ସିଡିପିଓଙ୍କ କାର୍ଯ୍ୟାଳୟରୁ ତାରା କିଷାନଙ୍କ ସହ ସେମାନେ ନାବାଳିକାଙ୍କ ଘରେ ପହଞ୍ଚିଥିଲେ। ବିବାହ ପାଇଁ ଜଣେ ଝିଅର ବୟସ ସର୍ବନିମ୍ନ ୧୮ ବୟସ ହୋଇଥିବା ଆବଶ୍ୟକ ବୋଲି ନାବାଳିକା ପରିବାରଙ୍କୁ ବୁଝାଇବା ସହ ସରକାରଙ୍କୁ ଲୁଚାଇ ଯଦି ଏହି ବାହାଘର କରାଯାଏ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଅଧିକାରୀ ପ୍ରକାଶ କରିଥିଲା। ପରେ ନାବାଳିକାଙ୍କ ପରିବାରଠାରୁ ଝିଅକୁ ୧୮ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ବାହାଘର କରିବେ ନାହିଁ ବୋଲି ଏକ ଚୁକ୍ତିନାମା ଲିଖତ ଆଣିଥିଲେ।