ଅନ୍ୟାନ୍ୟ

ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଜିଲ୍ଲା ବିଜେପିର ଦାବି

By Angul TV Bureau

January 06, 2022

ଅନୁଗୁଳ: ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ତେଣୁ ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଅନୁଗୁଳ ଜିଲ୍ଲା ବିଜେପି ଦାବି କରିଛି। ଜିଲ୍ଲା ବିଜେପି ତରଫରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଧବାର ପଞ୍ଜାବ ଗ୍ରସ୍ତ କାର୍ଯ୍ୟକ୍ରମ ଥିଲା। ପଞ୍ଜାବରେ ୪୨ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍ଘାଟନ କରିଥାନ୍ତେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଯେତେବେଳେ ସେହି ସ୍ଥାନକୁ ଯାଉଥିଲେ ସେହି ସମୟରେ ପଞ୍ଜାବର କଂଗ୍ରେସ ସରକାର ସମ୍ପୂର୍ଣ୍ଣ ଭାବେ ଅବହେଳା ପ୍ରଦର୍ଶନ କରିଛି। ଫଳରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡକୁ ଦୀର୍ଘ ସମୟ ଅଟକା ଯାଇଥିଲା। ସୁରକ୍ଷା ଆଳ ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ସଭାସ୍ଥଳକୁ ଛଡା ଗଲା ନାହିଁ। ଦୀର୍ଘ ସମୟ ରାସ୍ତା ଉପରେ ପ୍ରଧାନମନ୍ତ୍ରୀ ଛିଡା ହୋଇ ଫେରି ଆସିଥିଲେ। ଏଭଳି ଘଟଣା ସ୍ୱାଧୀନ ଭାରତରେ ପ୍ରଥମ ବୋଲି ବିଜେପି କହିଛି। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବାର ଷଡ଼ଯନ୍ତ୍ର କଂଗ୍ରେସ ରଚିଥିବା ବିଜେପି ଅଭିଯୋଗ କରିଛି। ଏଭଳି ଏକ ସ୍ପର୍ଶ କାତର ଘଟଣାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିବା ସହ ପଞ୍ଜାଵରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି। ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡନାୟକ ପ୍ରମୁଖ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।