ମୁଖ୍ୟ ଖବର

କର୍ମକର୍ତାଙ୍କ ବିରୁଦ୍ଧରେ ଜିଲ୍ଲା ଠିକାଦାର ସଂଘ ଜିଲ୍ଲାପାଳଙ୍କୁ ଭେଟିଲେ

By Biswaranjan Pattnaik

October 26, 2022

ଅନୁଗୁଳ: ଜିଲ୍ଲା ଠିକାଦାର ସଂଘର କିଛି ନ୍ୟାସ୍ତସ୍ୱାର୍ଥ କର୍ମକର୍ତାଙ୍କ ବିରୁଦ୍ଧରେ ୪୦ରୁ ଅଧିକ ଠିକାଦାର ଆଜି ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଥିଲେ।

ଜିଲ୍ଲାପାଳ ସ୍ମାରକକୁ ରଖି ଏହାର ତଦନ୍ତ ପାଇଁ ଏଡିଏମଙ୍କୁ ସୁପାରିଶ କରିଥିବା ଜଣାପଡ଼ିଛି।ସଂଘର ଅଭିଯୋଗ ମୁତାବକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଓ ତାଙ୍କର ସହଯୋଗୀ ଗତ ଦୁଇ ବର୍ଷ ମଧ୍ୟରେ ଜେନେରାଲ ବଡି,ଏକଜିକ୍ୟୁଟିଭି ବଡିର ବୈଠକ ଡକାଉନାହାନ୍ତି। ସଂଘର ପାଣ୍ଠିରେ କେତେ କଣ ଆୟ ବ୍ୟୟ ହେଉଛି ତାହା ମଧ୍ୟ ଜଣାଉ ନାହାନ୍ତି। ଯାହା ଫଳରେ ସଂଘରେ ଅସନ୍ତୋଷ ଓ ବିଶୃଙ୍ଖଳା ଦେଖା ଦେଇଛି। ଲକ୍ଷ ଲକ୍ଷ ଟଙ୍କାର ସଂଘ ପାଣ୍ଠିର ହିସାବ ମିଳୁନଥିବାରୁ ଆର୍ଥିକ ଅନିୟମିତତାର ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ସଭାପତିଙ୍କୁ ପଚାରିଲେ ସଂଘରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଛନ୍ତି। ଏହାର ତଦନ୍ତ କରିବାକୁ ଠିକାଦାର ମାନେ ଦାବି କରିଛନ୍ତି। ଏଥିନେଇ ସଭାପତି ଶ୍ରୀ ଭଟ୍ଟଙ୍କୁ ଯୋଗାଯୋଗ କରିବାରୁ ସେ ନିଜ ପ୍ରତିକ୍ରିୟା ରେ କିଛି ବିଶୃଙ୍ଖଳ ସଦସ୍ୟଙ୍କୁ ଦାୟୀ କରିଛନ୍ତି। ସଂଘର ଗାଇଡ଼ଲାଇନ ନ ମାନିବାରୁ ସେମାନଙ୍କୁ ତାଗିଦ କରାଯାଇଛି। ସଦସ୍ୟଙ୍କ ସହଯୋଗ ନ ମିଳିବାରୁ ମୁଁ ସଂଘ ସଭାପତି ପଦରୁ ଇସ୍ତଫା ଦେଇ ସମ୍ପାଦକଙ୍କୁ ଜଣାଇଦେଇଛି। ସଂଘର ପାଣ୍ଠି କୌଣସି ହେରଫେର ହୋଇନାହିଁ ବୋଲି କହିଥିଲେ।