ଅନ୍ୟାନ୍ୟ

ଖଣି ଅଞ୍ଚଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

By Angul TV Bureau

October 23, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରମାନେ ଶୁକ୍ରବାରଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଛନ୍ତି। ଡ୍ରାଇଭରମାନଙ୍କୁ ବୋନସ୍ ଏବଂ ବର୍ଦ୍ଧିତ ଦେୟ ପ୍ୟାକେଜ କିମ୍ବା ଗିଫ୍‌ଟ ଆକାରରେ ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦଶହରା ପରେ ମଧ୍ୟ ସେମାନଙ୍କୁ ତାଙ୍କ ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଭିନ୍ନ କମ୍ପାନିର ଡ୍ରାଇଭରମାନେ ଏକଜୁଟ୍ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁଁ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନରେ ଅଚଳାବସ୍ଥା ଦେଖାଦେଇଥିବା ଜଣାପଡ଼ିଛି । ଖଣି ଅଧିକାରୀମାନେ ପହଞ୍ଚି ଆଲୋଚନା ଚଳାଇଥିଲେ ମଧ୍ୟ ଦାବି ପୂରଣ କରିବା ନେଇ ଆନ୍ଦୋଳନକାରୀ ଜିଦ୍‌ରେ ଅଟଳ ରହିଛନ୍ତି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭରମାନେ ସୂଚନା ଦେଇଛନ୍ତି ।