ମୁଖ୍ୟ ଖବର

ଆସନ୍ତା ୧୯ ରେ ହେବ ଏକତା ଦୌଡ଼: ଜିଲ୍ଲା ବିଜେପିର କୋର କମିଟି ବୈଠକ

By Angul TV Bureau

November 16, 2025

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କୋର କମିଟି ବୈଠକ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଆସନ୍ତା ୧୯ ତାରିଖରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଅନୁଗୁଳରେ ଏକ ଏକତା ଦୌଡ଼ ଅନୁଷ୍ଠିତ ହେବ।

ଏଥିରେ ସମଗ୍ର ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେବାକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସମସ୍ତ ମଣ୍ଡଳ ସ୍ତରରେ ଶପଥ ପାଠ, ସାମାଜିଜ ସଚେତନତା କାର୍ଯ୍ୟକ୍ରମ ମଣ୍ଡଳ ବୈଠକ ଆଦି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, କୃଷଜ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ସଂଯୋଜକ ରତ୍ନାକର ସାହୁ ଦିଲ୍ଲୀପ ଦାସଙ୍କ ସମେତ ସମସ୍ତ କୋର କମିଟି ସଦସ୍ୟ ଉପସ୍ଥିତ ଥିଲେ।