ମୁଖ୍ୟ ଖବର

କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଧଳା ଚାଦରରେ ଘୋଡ଼େଇ ହେଲା ପୂରା ଅଞ୍ଚଳ

By Angul TV Bureau

March 18, 2026

ଅନୁଗୁଳ: ବୁଧବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା ମହୀଧରପୁର ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ମାତ୍ର ଏକ ଘଣ୍ଟାର ପ୍ରବଳ ପବନ ଓ କୁଆପଥର ବର୍ଷାରେ ରାସ୍ତାଘାଟ, ବିଲ ଏବଂ ଘର ଛାତ ସବୁ ବରଫର ଧଳା ଚାଦରରେ ଘୋଡ଼େଇ ହୋଇଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ଅଞ୍ଚଳ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି।

ଏହି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ପନିପରିବା ଓ ଆମ୍ବ ଚାଷ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଅନେକ ସ୍ଥାନରେ ଆଜବେଷ୍ଟସ୍ ଘର ଭାଙ୍ଗିଯାଇଛି। ପ୍ରବଳ ପବନ ଯୋଗୁଁ ଗଛର ଡାଳ ପଡ଼ି ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।