ଘଟଣା ଓ ଦୁର୍ଘଟଣା

ଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର

By Biswaranjan Pattnaik

October 13, 2021

ଅନୁଗୁଳ: ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମିଶ୍ରପଡାର ବିଶ୍ୱ ନାୟକ ବାଇକରେ ତାଙ୍କ ଝିଅ ସୁପ୍ରଭାକୁ କାଣ୍ଡସର ନେକ୍ସା ସୋରୁମରେ ଛାଡ଼ିବାକୁ ଯାଉଥିଲେ। ତେବେ ସେ ଗ୍ୟାସ ବୋଝେଇ ଟ୍ୟାଙ୍କରକୁ କାଟି ଓଭରଟେକ୍ କରୁଥିବା ବେଳେ ବାଇକ ସ୍ଲିପ କରିଯିବାରୁ ବାପା ଗାଡି ତଳେ ପଡି ଯାଇଥିଲେ ଝିଅର ସୁପ୍ରଭା ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଝିଅ ସୁପ୍ରଭାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ସୂଚନା ପାଇବାପରେ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ବାଇକକୁ ଜବତକରି ଏକ ମାମଲା ରୁଜୁକରିଛି। ଟଙ୍କାର ଚାଳକ ଥାନାରେ ଆତ୍ମସମର୍ପଣ କରିଛନ୍ତି।