ମୁଖ୍ୟ ଖବର

କିସ୍ତି ଦେବା ପରେ ବି NOC ଦେଉନଥିଲା ଫାଇନାନ୍ସ କମ୍ପାନୀ, ଅତିଷ୍ଠ ହୋଇ ପେଟ୍ରୋଲ ଧରି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

By Angul TV Bureau

August 21, 2023

ଅନୁଗୁଳ: ଏନଓସି ନ ମିଳିବାରୁ ଯୁବକଙ୍କ ଆତ୍ମାହୂତି ଉଦ୍ୟମ। ଅନୁଗୁଳ ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜୀବନ ନେବାକୁ ଚେଷ୍ଟା କରିଥିବା ଯୁବକ ହେଲେ ଚକ୍ରଧର ସାହୁ।

ସୂଚନା ମୁତାବକ, ଚକ୍ରଧର ସ୍ଥାନୀୟ ଚୋଲା ଫାଇନାନ୍ସରୁ ୨୦୧୯ ମସିହାରେ ଏକ ଗାଡ଼ି କରିଥିଲେ। ସେ ୨୦୧୨୩ ମସିହା ମେ ୨୯ ତାରିଖରେ ଗାଡ଼ିର ସମସ୍ତ କିସ୍ତି ସୁଝି ଦେଇଥିଲେ। ତା’ ପରେ ଚକ୍ରଧର ଚୋଲା ଫାଇନାନ୍ସକୁ NOC ଦେବାକୁ କହିଥିଲେ। କିନ୍ତୁ ଫାଇନାନ୍ସ ତାଙ୍କୁ ଆଜି କାଲି କହି ଦୌଡାଇ ଥିଲା। ଏଥିରେ ନୟାନ୍ତ ହୋଇ ଶେଷରେ ଆଜି ଚକ୍ରଧର ପେଟ୍ରୋଲ ଧରି ଚୋଲା ଫାଇନାନ୍ସ ଅଫିସରେ NOC ନ ଦେଲେ ଆତ୍ମହତ୍ୟା କରିବି କହି ବସିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ଚୋଲା କର୍ମଚାରୀଙ୍କ ସହ ଆଲୋଚନା କରିବାରୁ ଆସନ୍ତା ମାସ ୫ ତାରିଖ ଦିନ ଭିତରେ ତାଙ୍କୁ NOC ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।