ମୁଖ୍ୟ ଖବର

ଅନୁଗୁଳ ସରକାରୀ ବସ୍ ଷ୍ଟାଣ୍ଡରେ ହୁଗୁଳା ପଡ଼ିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିପଦରେ ଯାତ୍ରୀ

By Angul TV Bureau

December 04, 2024

ଅନୁଗୁଳ: ଅନୁଗୁଳ ସରକାରୀ ବସଷ୍ଟାଣ୍ଡରେ ନାହିଁ ସଠିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏଠାରେ ସମ୍ପୂର୍ଣ୍ଣ ହୁଗୁଳା ହୋଇ ପଡ଼ିଛି ଅଗ୍ନି ସୁରକ୍ଷା ସ୍ଥିତି। ଫଳରେ ପ୍ରତି ମୁହୂର୍ତ୍ତରେ ଯାତ୍ରୀ ନିଜ ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି।

ବସ ଷ୍ଟାଣ୍ଡରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କିନ୍ତୁ କିଛି ଭାଙ୍ଗି ଯାଇଛି ତ ଅଗ୍ନି ନିର୍ବାପକ ଯନ୍ତ୍ରରେ ମେନୁ ଫ୍ୟାକଚରିଙ୍ଗ ଡେଟ୍ ନାହିଁ। ବସଷ୍ଟାଣ୍ଡରେ ୧୦ ରୁ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର ଅଛି କିନ୍ତୁ ତାହା କେବେ ଠାରୁ ଅଛି ଏବଂ କେବେ ରିଫିଲିଙ୍ଗ କରାଯାଇଛି ତାହା ଲେଖା ନାହିଁ। ସେହିଭଳି ଟଙ୍ଗା ଯାଇଥିବା ବାଲଟି ଗୁଡିକ ମଧ୍ୟ ଠିକ ନାହିଁ। ଭଗବାନ ନ କରନ୍ତୁ, ଯଦି ସରକାରୀ ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟେ ତେବେ କିଭଳି ମୁକାବିଲା କରାଯିବ ତାହା ଈଶ୍ୱରଙ୍କୁ ଜଣା।

ଏ ନେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅନୁଗୁଳ ଜିଲ୍ଲା ପ୍ରବନ୍ଧକ ପ୍ରୀତମ ସାହୁଙ୍କୁ ଫୋନ ଯୋଗେ ପଚାରିବାରୁ ଘଟଣା ବିଷୟରେ ମୁଁ ବୁଝି କି କାଲି ଭିତରେ କଣ ବ୍ୟବସ୍ଥା ନାହିଁ ତାହା ଯାଞ୍ଚ କରିବି ଏବଂ ଯାହା ନାହିଁ ଲଗାଇବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି।

ସେହିଭଳି ଅଗ୍ନିଶମ ବିଭାଗ ଜିଲ୍ଲା ଅଧିକାରୀ ରମେଶ ମହାନ୍ତିଙ୍କୁ ପଚାରିବାରୁ କୁହନ୍ତି, ଆପଣଙ୍କ ଠାରୁ ଘଟଣା ବିଷୟରେ ଅବଗତ ହେଲୁ। ଆସନ୍ତା କାଲି ଯାଇ ତଦାରଖ କରିବି ବୋଲି ସେ କହିଛନ୍ତି।