ମୁଖ୍ୟ ଖବର

ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪୮୪ ଘନମିଟର ଜଳ

By Angul TV Bureau

August 22, 2022

ଅନୁଗୁଳ : ଖୋଲିଲା ରେଙ୍ଗାଳି ଡ୍ୟାମ୍। ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ କଣିହାଁ ବ୍ଲକ ରେଙ୍ଗାଳି ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଛି ଜଳ ଭଣ୍ଡାର।

ରେଙ୍ଗାଳି ଜଳଭଣ୍ଡାରର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର। ଆଜି ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୧.୯୫ମିଟର ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୭୮୦୦.୮୫ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟାନେଲ ଦେଇ ୫୯୭.୩୮ଘନ ମିଟର ଜଳ ନିଷ୍କାସନ ହେଉଛି। ଆଜି ୮ ନମ୍ବର ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୪୮୪ ଘନମିଟର ଜଳ ନିଷ୍କାସନ କରାଯାଇଛି। ଇତି ମଧ୍ୟରେ ଜଳ ଭଣ୍ଡାରର ମୋଟ ୨୪ଟି ଗେଟ୍‌ ମଧ୍ୟରୁ ଗୋଟିଏ ଗେଟ୍‌ ଖୋଲାଯାଇଥିବା ବେଳେ ସ୍ଥିତି ଦେଖି ଆଗକୁ ଅଧିକ ଗେଟ୍ ଖୋଲାଯିବ କି ନାହିଁ ତାହା ପରବର୍ତୀ ସମୟରେ ବିଚାର କରାଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।