ମୁଖ୍ୟ ଖବର

ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ସମବାୟ ଭୋଟ

By Biswaranjan Pattnaik

June 19, 2022

ଅନୁଗୁଳ: ସମବାୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଏହା ପରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ପ୍ରାୟ ସାଢେ ୭ ବର୍ଷର ବ୍ୟବଧାନ ପରେ ସମବାୟ ନିର୍ବାଚନ ହେଉଛି। ଏଥର ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ଅନୁଗୁଳ ଜିଲ୍ଲାରେ ୧୬୭ଟି ସମିତିରେ ଏହି ନିର୍ବାଚନ ହେଉଛି। ଏଥିରେ ୧୦୩ଟି ପ୍ରାଥମିକ କୃଷି ସମବାୟ ସମିତି ସହିତ ଅନ୍ୟ ସମିତି ରହିଛି। ଆଜି ପ୍ରଥମ ପର୍ଯ୍ୟାୟ ନିର୍ଦେଶକ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୮୫ଟି ସମିତିରେ ନିର୍ବାଚନ ହେବା। ଏଥିରୁ ୬୦ଟି ପ୍ରାଥମିକ କୃଷି ସମବାୟ ସମିତି ରହିଥିଲାବେଳେ ବାକି ୨୫ଟି ଅନ୍ୟ ସମିତି ରହିଛି। ତେବେ ଆସନ୍ତାକାଲି ୪୦ଟି ସମିତିରେ ଭୋଟ ଗ୍ରହଣ ହେବ। ଏଥିରୁ ୩୮ଟି ପ୍ରାଥମିକ କୃଷି ସମବାୟ ସମିତି ରହିଥିଲାବେଳେ ବାକି ୨ଟି ଅନ୍ୟ ସମିତି ରହିଛି। ଅନ୍ୟ ସମିତିଗୁଡ଼ିକରେ ନିର୍ଦ୍ଧ୍ବନ୍ଦ୍ବରେ ନିର୍ଦେଶକ ନିର୍ବାଚିତ ହୋଇଥିବାରୁ ନିର୍ବାଚନର ଆବଶ୍ୟକତା ପଡ଼ିବନି। ଭୋଟଗ୍ରହଣକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।