ମୁଖ୍ୟ ଖବର

ସେପ୍ଟେମ୍ବର ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏନଟିପିସିର ନୂତନ(୬୬୦×୨) ମେଗାୱାଟ୍ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟ୍

By Angul TV Bureau

January 09, 2025

ଅନୁଗୁଳ: ଏନ.ଟି.ପି.ସି. ତାଳଚେର ଥର୍ମାଲରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା (୬୬୦×୨)ମେଗା ୱାଟ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟ ଆସନ୍ତା ସେପ୍ଟେମ୍ବର ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏବଂ ଦ୍ଵିତୀୟ ୟୁନିଟ ଡିସେମ୍ବର ୨୦୨୭ରେ ଉତ୍ପାଦନ ଆରମ୍ଭ କରିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ ସୂଚନା ଦେଇଛନ୍ତି।

ଶ୍ରୀ ଚାନ୍ଦ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଆମେ ଦୃଢ଼ ନିଶ୍ଚିତ ଯେ ଏନ.ଟି.ପି.ସି. ଏଥିରେ ସଫଳ ହେବ। ଶକ୍ତି ଉତ୍ପାଦନ ବ୍ୟତୀତ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ବିକ ଗ୍ରାମାଞ୍ଚଳର ଉନ୍ନତି ଏହା ସହ ଜଡ଼ିତ। ଏହି ପ୍ରକଳ୍ପରୁ ଉତ୍ପାଦିତ ଶକ୍ତିର ୫୦% ଓଡ଼ିଶା ଓ ଅନ୍ୟ ରାଜ୍ୟ ଗୁଜରାଟ, ଆସାମ ଓ ତାମିଲନାଡୁ ପ୍ରମୁଖ ବଳକା ଶକ୍ତି ନେବେ। ପରିବେଶ ସୁରକ୍ଷା ନିମିତ୍ତ ୯୦,୦୦୦ ବୃକ୍ଷ ରୋପଣ କରାଯିବାକୁ ସ୍ଥିର ହୋଇଛି, ଯାହା ରାଜ୍ୟ ବନ ନିଗମ ଦ୍ୱାରା କରାଯିବ। ଏହି ପ୍ରକଳ୍ପ ଯୁବାବର୍ଗଙ୍କୁ କର୍ମ ନିଯୁକ୍ତିର ଅପାର ସୁଯୋଗ ଆଣିଦେବ ବୋଲି ଶ୍ରୀ ଚାନ୍ଦ କହିଥିଲେ।