ମୁଖ୍ୟ ଖବର

ନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ଆଗରେ ୩ ଦିନ ହେବ ବସିଛି ପ୍ରଥମ ସ୍ତ୍ରୀ, ତାଲା ପକାଇ ଶାଶୁଘର ଲୋକ ଫେରାର

By Sanjeeb Biswal

November 20, 2022

ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ଥାନା କୁକୁରପଟା ଗାଁରେ ସ୍ୱାମୀ ଘର ଆଗରେ ଭୋକ ଉପାସରେ ୩ ଦିନ ହେବ ନ୍ୟାୟ ଅପେକ୍ଷାରେ ବସିଛି ସ୍ତ୍ରୀ। ସୂଚନା ଅନୁସାରେ, ବରପଦା ଗାଁର ରୋଜିଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟାର ଅନିଲ୍ କୁମାର ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ସହ ଟଙ୍କା ପାଇଁ ରୋଜିଲିଙ୍କୁ ଘରୁ ବାହାର କରି ଦେଇଥିଲେ।

ଏନେଇ ସେ ଥାନାରେ ଅଭିଯୋଗ କରି ନ୍ୟାୟ ପାଇନଥିବାରୁ ଗାଁ ବୈଠକରେ ଅଭିଯୋଗ କରିଥିଲେ। ଆପୋଷ ସମାଧାନ ମଧ୍ୟରେ ଚୁକ୍ତିନାମା ହୋଇଥିଲା ଯେ ମହିଳା ଜଣକ ଆଣିଥିବା ବାପଘର ସମ୍ପତ୍ତି ଶ୍ବଶୁର ଘର ଲୋକ ଫେରସ୍ତ କରିବେ। ନହେଲେ ନିଜ ଘରେ ରହିବାକୁ ମହିଳାଙ୍କୁ ଗୋଟିଏ ଘର ଦେବେ। କିନ୍ତୁ ସ୍ବାମୀ ଅନିଲ୍ ଏହାକୁ ନମାନି ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି।

ଖବର ପାଇ ପ୍ରଥମ ପତ୍ନୀ ନ୍ୟାୟ ଦାବିରେ ୩ ଦିନ ହେବ ସ୍ବାମୀ ଘର ଆଗରେ ଧାରଣାରେ ବସିଛନ୍ତି। ବୋହୂର ଧାରଣା ଦେଖି ଶ୍ୱଶୁର ଘର ଲୋକେ ଘର ତାଲା ପକାଇ କୁଆଡ଼େ ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି।