ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା ନିକଟରୁ ମା’ କୁମ୍ଭୀର ସହ ଏକାଧିକ ଶାବକ ସନ୍ତରଣ କରୁଥିବାର ଫଟୋ ଓ ଭିଡିଓ ବନବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ତେବେ ମହାନଦୀରେ ଥିବା ଏକ ପୁରୁଣା ମାଈ ଘଡ଼ିଆଳ ଅଣ୍ଡାରୁ ୨୮ଟି ଛୁଆ ଫୁଟି ଥିବା ଜଣାପଡ଼ିଛି । ପ୍ରକାଶ ଯେ, ସାତକୋଶିଆରେ ବିଲୁପ୍ତ ହେବାକୁ ବସିଥିବା ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରୟାସ ଜାରହି ରହିଛି । ଗତ ବର୍ଷକ ମଧ୍ୟରେ ୧୧ଟି ଘଡ଼ିଆଳ ନନ୍ଦନକାନନରୁ ଆଣି ଏଠାରେ ଛଡାଯାଇଥିବା ବେଳେ ୩ଟିର ମୃତ୍ୟୁ ଘଟିଛି।ତେବେ ସାତକୋଶିଆର ମହାନଦୀରେ ଥିବା ପୁରୁଣା ଘଡ଼ିଆଳ କୁମ୍ଭୀର ଚଳିତ ବର୍ଷ ବଳଦମରା ଘାଟ ନିକଟରେ ଅଣ୍ଡା ଦେଇଥିଲା ।