ମୁଖ୍ୟ ଖବର

ମାନବ ସେବାଶ୍ରମକୁ ଆସିବେ ରାଜ୍ୟପାଳ- ଚିନ୍ମୟୀ ଦାସ

By Biswaranjan Pattnaik

July 10, 2024

ଅନୁଗୁଳ: ସବୁବେଳେ ଅସହାୟ,ଦୁସ୍ଥ, ଗରିବ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା କିନ୍ନର ଚିନ୍ମୟୀ ରାଜ୍ୟରେ ପ୍ରଥମ କିନ୍ନର ଆଶ୍ରମ ପରିଚାଳିକା। ସାରା ଓଡିଶାରେ ରହିଛି ତାଙ୍କୁ ଅନେକ ପ୍ରଶଂସା ମିଳିଛି। ସେଥିପାଇଁ ବିଭିନ୍ନ ଅନୁଷ୍ଠାନ,ପ୍ରଶାସନ,ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ମିଳିଛି। ସୁଷୁଡ଼ା ମାଳତୀ ବିହାର ଠାରେ ଏକ ବୃଦ୍ଧାଶ୍ରମ ଓ କିଛି ଅବହେଳିତ ପିଲା (ଯେଉଁ ମାନେ ଶିକ୍ଷାରୁ ବଞ୍ଚିତ,ପିତା-ମାତା ଅଛନ୍ତି ) ସେମାନଙ୍କୁ ପାଖ ସରକାରୀ ସ୍କୁଲ ରେ ପାଠ ପଢ଼ାଉଛନ୍ତି।

ଏତଦ ବ୍ୟତୀତ ରାସ୍ତାରେ ଦୁର୍ଘଟଣା ହେଉଥିବା ବ୍ୟକ୍ତି, ଏଡ଼ସ, କୁଷ୍ଠରୋଗୀଙ୍କୁ ସେ ସେବା ଯୋଗା lଇବା, ଅପରିଚିତ ଶବ ପୋଡିବା, ଗଛ ଲଗେଇବା, ଖରାଦିନେ ପଶୁ ପକ୍ଷୀଙ୍କୁ ପାଣି ଯୋଗେଇବା ଆଦି କାମ ବିଷୟରେ ରାଜ୍ୟପାଳ ଜାଣିବା ପରେ ଚିନ୍ମୟୀଙ୍କୁ ତାରିଫ କରିବା ସହିତ ମାନବ ସେବାଶ୍ରମକୁ ଅନୁଗୁଳ ଗସ୍ତ ସମୟରେ ପାଦ ପକେଇବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି।

ଆଜି ଚିନ୍ମୟୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଅନୁଗୁଳ ସ୍ଥିତ ତାଙ୍କ ଆଶ୍ରମକୁ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ।