ଅନ୍ୟାନ୍ୟ

ଫୁଲ ନୁହଁ ସ୍ନାକ୍ସ ପ୍ୟାକେଟରେ ସଜାଗଲା ବର ଗାଡ଼ି

By Biswaranjan Pattnaik

February 24, 2022

ଅନୁଗୁଳ: ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ଅଜବ ଖିଆଲକୁ ନେଇ ଚର୍ଚ୍ଚା ହୋଇଥାଏ।ଆମେ ଆଗରୁ ଜାଣିଚୁ କେହି କେହି ହଟ୍ ଏୟାର ବେଲୁନ ରେ ବସି ଦମ୍ପତି ନିଜ ବାହାଘରକୁ ଚର୍ଚ୍ଚିତ କରିଥାନ୍ତି ତ ଆଉ କେହି ବୋଟ ହାଉସ ତ ଆଉ କେହି ସମୁଦ୍ରର ଅଥଳ ଗର୍ଭରେ ବାହା ହୋଇ ରେକର୍ଡ କରିଥାନ୍ତି। ହେଲେ ବୁଧବାର ସକାଳେ ଆମେ ଅନୁଗୁଳ ବସ ଷ୍ଟାଣ୍ଡରେ ଏଭଳି ଜଣେ ଖିଆଲି ମଣିଷକୁ ଦେଖିଲୁ ଯିଏ ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ୟାକେଟରେ ବର ଗାଡ଼ିକୁ ସଜାଇଥିଲେ। ପରଙ୍ଗ ପାଟଣା ସାହିର ପ୍ରଭାକର ପାତ୍ରଙ୍କ ଆଠମଲ୍ଲିକ ଅଂଚଳର ଝିଅ ସହ ବାହାଘର ହେବାର ଥିଲା। ପ୍ରଭାକରଙ୍କ ସାନ ଭାଇ ଜିତୁଙ୍କ କହିବା ମୁତାବକ କମ ବଜେଟରେ ବର ଗାଡ଼ି କିଭଳି ନିଆରା ଢଙ୍ଗରେ ସଜାଯାଇ ପାରିବ ସେଥିନେଇ ସେମାନେ ୟୁଟ୍ୟୁବ୍ ଦେଖିଥିଲେ। ସେଥିରୁ ଆଇଡିଆ ଆଣି ଏଭଳି ମ୍ୟାଡ ଏଙ୍ଗଲସ, କୁର୍କୁରେ, ଟେଡେ ମେଢେ, ଫନି ଆଙ୍ଗଲସ ଆଦିରେ ଗାଡ଼ିକୁ ସଜାଇଥିଲେ। ବାରାତ୍ ପହଞ୍ଚିବା ପରେ ପିଲା ମାନଙ୍କୁ ଏହିସବୁ ସ୍ନାକ୍ସ ବାଣ୍ଟି ଦିଆଯିବ ବୋଲି ବର ପକ୍ଷ କହିଥିଲେ।