ଅନ୍ୟାନ୍ୟ

ଧୁମଧାମରେ କାଙ୍ଗୁଲା ଗାଁରେ ପ୍ରତିଷ୍ଠା ହେଲା ହନୁମାନ ମନ୍ଦିର

By Angul TV Bureau

April 28, 2022

ଅନୁଗୁଳ: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ଗାଁରେ ଆଜି ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି। ଏ ଅବସରରେ ବୁଧବାର ଗାଁର ମହିଳାମାନେ କଳସ ଯାତ୍ରା ପୂର୍ବକ ଗ୍ରାମ ପରିକ୍ରମା କରି ହନୁମାନ ମନ୍ଦିର ନିକଟକୁ ଆସିଥିଲେ। ତାପରେ ରୀତି ନୀତି ଅନୁଯାୟୀ ପ୍ରଭୁ ହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା।

ମନ୍ଦିର ପ୍ରତିଷ୍ଠା ପାଇଁ ଗତ କାଲି ଏବଂ ଆଜି ଗ୍ରାମ ଉତ୍ସବ ମୁଖରିତ ହୋଇପଡ଼ିଥିବା ବେଳେ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ରମେଶ ଚନ୍ଦ୍ର ଭୁକ୍ତା, କାଙ୍ଗୁଲା ବେନ୍ତପୁର ସରପଞ୍ଚ ଅର୍ଚ୍ଚନା ସେଠୀଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ।