ଅନ୍ୟାନ୍ୟ

ପ୍ରଧାନ ଶିକ୍ଷକ ସମ୍ମିଳନୀ ଉଦ୍‌ଘାଟିତ

By Biswaranjan Pattnaik

June 28, 2022

ଅନୁଗୁଳ: ଅନୁଗୁଳ ସହରର ଟାଉନ ହଲ ପରିସରରେ ମଙ୍ଗଳବାର ଦୁଇ ଦିନିଆ ଜିଲ୍ଲା ପ୍ରଧାନ ଶିକ୍ଷକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ‌୍‌ଘାଟନ କରିଛନ୍ତି। ଏହି ଅବସରରେ ଶିକ୍ଷକ ମାନଙ୍କୁ ଦେଶର ଭବିଷ୍ୟତ ଗଢିବାର ମୁଖ୍ୟ ବିନ୍ଧାଣି ବୋଲି ଅଭିହିତ କରିଛନ୍ତି। ସରକାରଙ୍କ ମୋ ସ୍କୁଲ ଯୋଜନା, ମଧ୍ୟାନ୍ନ ଭୋଜନ ଯୋଜନା, ଛାତ୍ର ବୃତ୍ତି ଯୋଜନା, ସ୍ମାର୍ଟ ସ୍କୁଲ ଯୋଜନା ଗୁଡିକୁ କିଭଳି ଠିକଭାବେ କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଆଞ୍ଚଳିକ ନିର୍ଦେଶକ ବିକାଶ କୁମାର ପ୍ରଧାନ ମୁଖ୍ୟ ବକ୍ତା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ବାରିକ, ଅଜୟ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅବସର ନେବାକୁଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।