ମୁଖ୍ୟ ଖବର

ବକେୟା ଦରମା ଓ ବିନା ନୋଟିସରେ ଛଟେଇ ଧମକକୁ ବିରୋଧ: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଡେସ୍କ କର୍ମଚାରୀ

By Biswaranjan Pattnaik

October 28, 2024

ଅନୁଗୁଳ: ବକେୟା ଦରମା ଓ ବିନା ନୋଟିସରେ ଛଟେଇ ଧମକକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଡେସ୍କ କର୍ମଚାରୀ।

ସୂଚନା ଅନୁଯାୟୀ, ହେଲ୍ପ ଡେସ୍କ କର୍ମଚାରୀ ୦୧/୦୩/୨୦ରୁ ବିରଜା ସିକ୍ୟୁରିଟି ଅଧୀନରେ କାମ କରି ଆସୁଥିଲେ।୦୧/୦୫/୨୩ ରୁ ଟେଣ୍ଡର ବଦଳି ମା’ ଶାରଳା ଏସ ଏଚ ଜି କାମ ନେଇଛି। ତେବେ ୩୧/୦୭/୨୪ରେ ସଂସ୍ଥା ପକ୍ଷରୁ ଫୋନରେ ଛଟେଇ ପାଇଁ କୁହାଯାଇଥିଲା। ଏ ନେଇ ଡେସ୍କ ଅଧିକାରୀ ଜିଲ୍ଲା କାର୍ଯ୍ୟାଳୟ ଏବଂ ଲେବର ଅଫିସରେ ଅଭିଯୋଗ କରିବା ପରେ କାର୍ଯ୍ୟକାଳକୁ ତିନି ମାସ ବଢ଼ାଯାଇଥିଲା। ପୂର୍ବରୁ ଏକ ମାସ ପରେ ତିନି ମାସ ମୋଟ ଚାରି ମାସର ଦରମା ଚାରି ଜଣ ହେଲ୍ପ ଡେସ୍କ କର୍ମଚାରୀ ଦରମା ପାଇ ନାହାନ୍ତି। ଚାକିରି ବଢ଼ିବ କି ଛଟେଇ କରିବେ ସେ ନେଇ କୌଣସି ସୂଚନା ଜାଣି ପାରୁ ନାହାଁନ୍ତି।

ଏ ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଯଦି ତାଙ୍କର ଦାବି ପୂରଣ ନ ହୁଏ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।