ଅନ୍ୟାନ୍ୟ

ହାଟପଦା ଅଞ୍ଚଳର ହାଇମାକ୍ସ ଲାଇଟ ଅଚଳ, ରାଜୁତି କରୁଛି ଅନ୍ଧକାର; ମରାମତି ଦାବି

By Angul TV Bureau

August 04, 2025

ଅନୁଗୁଳ: ଅଚଳ ହୋଇପଡ଼ିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପାଇକସାହିର ହାଟପଦା ଅଞ୍ଚଳର ହାଇମାକ୍ସ ଲାଇଟ। ଫଳରେ ପୂରା ଅଞ୍ଚଳରେ ରାଜୁତି କରୁଛି ଅନ୍ଧକାର। ଲାଇଟ ମରାମତି କରିବା ପାଇଁ ଅଞ୍ଚଳବାସୀ ବହୁବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହି। ଏଣୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଲାଇଟଟି ନିମ୍ନମାନର ହୋଇଥିବାରୁ ଅଳ୍ପ ଦିନରେ ଅଚଳ ହୋଇଯାଇଛି। ସରକାରଙ୍କ ଲକ୍ଷାଧିକ ଅର୍ଥ ଖର୍ଚ୍ଚ ହୋଇଥିଲେ ବି ଲୋକ ଅନ୍ଧାରରେ। ରାତିରେ ଅଞ୍ଚଳବାସୀ ସୁରକ୍ଷିତ ମନୁନାହାନ୍ତି। ଏଣୁ ତୁରନ୍ତ ଏହି ଲାଇଟକୁ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।