ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ରବିବାର ସକାଳେ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଛି। ବସଷ୍ଟାଣ୍ଡରେ ନୂଆ ଖୋଲିଥିବା ନନା ଜଳଖିଆ ଦୋକାନ ପାଖରେ ଏକ କ୍ୟାବିନରେ ୱେଲଡ଼ିଂ ହେଉଥିଲା। ଏହି ୱେଲଡ଼ିଂ ନିଆଁ ଜଳଖିଆ ଦୋକାନର ଚାଳଉପରେ ପଡ଼ିଥିଲା। ଫଳରେ ଚାଳଛପରଥିବା ଏହି ଜଳଖିଆ ଦୋକାନଟିରେ ହଠାତ ନିଆଁ ଲାଗିଯାଇଥିଲା। ଖବରପାଇ ଅନୁଗୁଳ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ଚାଳଛପର ପୋଡ଼ିଯାଇଥିବା ବେଳେ କିଛି ଆସବାବପତ୍ର ପୋଡ଼ିଯାଇଛି।