ଅନ୍ୟାନ୍ୟ

ବ୍ୟାପକ ବୃକ୍ଷରୋପଣ ପାଇଁ ବନ ଅଧିକାରୀଙ୍କୁ ଭେଟି ନିବେଦନ କଲା ଜନବିକାଶ କଲ୍ୟାଣ ସଂଘ

By Angul TV Bureau

August 10, 2022

ତାଳଚେର : ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ତାପମାତ୍ରା ତଥା ଜଙ୍ଗଲ କ୍ଷୟକୁ ଦୃଷ୍ଟିରେ ରଖି ମଙ୍ଗଳବାର ତାଳଚେର ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ଭେଟି ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ସଂଘର ସଭାପତି ଭୂପେନ ଥମ୍ବ ଏବଂ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ଏ ନେଇ କହିଛନ୍ତି।

ତାଳଚେର ସ୍ଥିତ ଏମସିଏଲ କର୍ତ୍ତୃପକ୍ଷ ପ୍ରତିବର୍ଷ ପରିବେଶ ବାବଦକୁ କୋଟି କୋଟି ଟଙ୍କା ଜଙ୍ଗଲ ବିଭାଗ ଜରିଆରେ ଖର୍ଚ୍ଚ କରୁଛନ୍ତି। ବନ ମହୋତ୍ସବର ଆୟୋଜନ କରାଯାଉଛି। କିନ୍ତୁ ଜଙ୍ଗଲ କେଉଁଠି ସୃଷ୍ଟି ହେଉଛି ତାହା ସନ୍ଦେହ ଘେରରେ। ଏ ଅବସରରେ ସେ ନାଲକୋ ସ୍ଥିତ ଡିଅର ପାର୍କର ହରିଣଙ୍କୁ ସାତକୋଶିଆ ସ୍ଥାନାନ୍ତର ବଦଳରେ ତାଳଚେର ରାଣୀ ପାର୍କରେ ରଖାଯାଉ ବୋଲି ଅନୁରୋଧ କରିଛନ୍ତି।