ମୁଖ୍ୟ ଖବର

ରେଳ ବିଭାଗର ଡିଆରଏମଙ୍କୁ ଭେଟି ଟ୍ରେନ ରହଣି ପାଇଁ ଦାବି ଜଣାଇଲା ଜରପଡ଼ା ଆଞ୍ଚଳିକ ବିକାଶ ପରିଷଦ

By Sanjeeb Biswal

August 10, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଷ୍ଟେସନରେ ଗୁରୁବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରେଳ ବିଭାଗର ଡିଆରଏମଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି। ରେଳ ବିଭାଗର ଡିଆରଏମ ଭିନୀତ ସିଂ ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ରେଳ ଯୋଗେ ମାନେଶ୍ଵରରୁ ଜରପଡା ପର୍ଯ୍ୟନ୍ତ ଥିବା ବିଭିନ୍ନ ଷ୍ଟେସନ ପରିଦର୍ଶନ କରିଥିଲେ। ଏହି ସମୟରେ ଜରପଡା ଆଞ୍ଚଳିକ ବିକାଶ ପରିଷଦର ସଭାପତି ନାରାୟଣ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରିବା ସହିତ ଜରପଡା ଷ୍ଟେସନରେ ବଲାଙ୍ଗୀର ଇଣ୍ଟରସିଟି, ମେମୁ ଓ ଅନୁଗୁଳ ପର୍ଯ୍ୟନ୍ତ ଆସୁଥିବା ପାସେଞ୍ଜର ଟ୍ରେନ ରହଣି ପାଇଁ ଦାବି କରିଥିଲେ। ଏଥି ସହ ଜରପଡା ଷ୍ଟେସନର ବିକାଶ ପାଇଁ ସେମାନେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଜରପଡା ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ କହ୍ନେଇ ସାହୁ, ଜିତେନ୍ଦ୍ର ପ୍ରଧାନ, ଲିଟନ ସାହୁ, ଜୀବନାନନ୍ଦ ସାହୁ, ଭୋଲେଶ୍ୱର ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ।