ମୁଖ୍ୟ ଖବର

ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏସବୁ ସ୍ଥାନରେ କଟିବ ଲାଇନ୍, ସୂଚନା ଦେଲା ଓପିଟିସିଲ୍

By Angul TV Bureau

December 07, 2022

ଅନୁଗୁଳ: ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁଗୁଳ ଗ୍ରୀଡ୍ ଅଧୀନସ୍ଥ ହେମସୁରପଡ଼ା, ଇଣ୍ଡଷ୍ଟ୍ରିଆଲ, ଆର୍ସିଏମଏସ, ନାଲକୋ, ବନ୍ତଳା ଓ ବଡକେରା ୩୩/୧୧ କେଭି ସବ୍ ଷ୍ଟେସନ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏନେଇ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ୧୩୨/୩୩ କେ.ଭି. ଅନୁଗୁଳ ଓପିଟିସିଲ୍ ଗ୍ରୀଡର ବାର୍ଷିକ ରକ୍ଷଣା ବେକ୍ଷଣା ନିମନ୍ତେ ଏହି ବିଦ୍ୟୁତକାଟ୍ କରାଯାଉଥିବା ଜଣାଯାଇଛି। ଏଣୁ ସ୍ଥାନୀୟ ବାସିନ୍ଦା ଏଥିରେ ସହଯୋଗ କରିବାକୁ କମ୍ପାନୀ ଆଶାବ୍ୟକ୍ତ କରିଛି।