ଅନ୍ୟାନ୍ୟ

ସାତକୋଶିଆ ମତ୍ସ୍ୟଜୀବୀଙ୍କ ଜିବୀକା ବିପନ୍ନ

By Biswaranjan Pattnaik

December 22, 2021

ଅନୁଗୁଳ: ବନ ବିଭାଗର ନାଲି ଆଖି ଯୋଗୁଁ ସାତକୋଶିଆର ମତ୍ସ୍ୟଜୀବି ମାନେ କ୍ଷତିଗ୍ରସ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ରାମଡିହ ଠାରେ ବୁଧବାର ଏକ ବୈଠକରେ ଏକତ୍ରିତ ହୋଇ ସାତକୋଶିଆର ମତ୍ସ୍ୟଜୀବି ମାନେ ଅଭିଯୋଗ କରିଛନ୍ତି କି ସେମାନେ ମହନଦୀରୁ ବାପା ଅଜା ଅମଳରୁ ମାଛ ମାରି ପେଟ ପୋଷୁଛନ୍ତି। ବନ ବିଭାଗ କିନ୍ତୁ କୁମ୍ଭୀର ପାଳନରେ ବାଧା ହେବାର ଆଶଙ୍କା କରି ନଦୀର ନିର୍ଦିଷ୍ଟ ଅଞ୍ଚଳରେ ମାଛ ମାରିବାକୁ ବାରଣ କରୁଛନ୍ତି। ଏହାଦ୍ୱାରା ମତ୍ସ୍ୟଜୀବି ମାନେ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ମତ୍ସ୍ୟଜୀବୀ ମାନେ ଓଲଟା ଅଭିଯୋଗ କରିଛନ୍ତି କି ବନବିଭାଗର ଲଞ୍ଚ ଓ ପର୍ଯ୍ୟଟକ ମାନଙ୍କୁ ନେଉଥିବା ଡଙ୍ଗା ନଦୀରେ କିଭଳି ମନଇଚ୍ଛା ଚାଲିଛି। ଏଣୁ ଏଣିକି ମାଛ ମାରିବାକୁ ବାରଣ କଲେ ମତ୍ସ୍ୟଜିବୀ ମାନେ ରାଜ ରାସ୍ତାକୁ ଓଲ୍ହାଇବେ ଏବଂ ଆବଶ୍ୟକ ହେଲେ ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ। ରବିନ୍ଦ୍ର ବାରିକ, ଅରୁଣ ବେହେରା, ଜ୍ଞାନରଂଜନ ସାହୁ ପ୍ରମୁଖ ବୈଠକର ନେତୃତ୍ୱ ନେଇଥିଲେ ।