ମୁଖ୍ୟ ଖବର

ଚକବନ୍ଦୀ ସମସ୍ୟା ନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ଲୋକ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଏମ୍ ପି ରୁଦ୍ର ନାରାୟଣ ପାଣି

By Angul TV Bureau

July 09, 2024

ଅନୁଗୁଳ: ଚକବନ୍ଦୀ ସମସ୍ୟା ନେଇ ଆଜି ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଭେଟିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଜନସାଧାରଣ କିଭଳି ଭାବରେ ଚକବନ୍ଦୀ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମସ୍ତ ବିଷୟ ଜନସାଧାରଣଙ୍କ ପାଖରୁ ସାଂସଦ ବୁଝିଥିଲେ।

ପୂର୍ବରୁ ୨୦୨୧ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଚକବନ୍ଦୀ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଅନୁଗୁଳ ଜିଲ୍ଲାର ୯୨ ଟି ମୌଜାର ବାସିନ୍ଦା କିଭଳି ଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା ଉପରେ ସାଂସଦ ଶ୍ରୀ ପାଣି ଚକବନ୍ଦୀ କମିଟି ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ତୁରନ୍ତ ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ରାଜସ୍ବ ମନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରି ଜିଲ୍ଲାରେ ଚକବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ।

ଆଲୋଚନା ସମୟରେ କମିଟି ସଭାପତି ଭାସ୍କର ସାହୁ, ସମ୍ପାଦକ ବିଜୟ ମାଝୀ, ବିଜେପି ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ସୁଦର୍ଶନ ସାହୁ, ବ୍ରଜକିଶୋରେ ବିଶ୍ବାଳ, ଭାସ୍କର ପ୍ରଧାନ, ଭାରତ ସାହୁ, ବୁଦ୍ଧେଶ୍ୱର ପ୍ରଧାନ, ପ୍ରଦୀପ ପ୍ରଧାନ, ପ୍ରମୋଦ ସାହୁ, ନାଲୁ ଦେହୁରୀ, ବାସୁଦେବ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।